ସୀତା

ସୀତା

ଅଗନା ଅଗନୀ ଅଶୋକ ଅରଣ୍ୟ
ରାବଣର କୂଟଚକ୍ରୀ ରେ ସୀତା ଆଜି ବନ୍ଦିନୀ …
କିଏ ବା ବୁଝିବ କୋହ ?
ସେ ତ ଜଣେ ଅପହୃତା ନାରୀ ।
ପକ୍ଷ ଭଗ୍ନ ଜଟାୟୁ ଚିଟାଉ ନେଇଆସିଛି
ଆସିବେନି ରାମଚନ୍ଦ୍ର
ଲଢିବେନି ବାନର ସେନାନୀ
ଦେବାକୁ ପଡ଼ିବ ପ୍ରଥମେ ସତୀତ୍ୱର ଅଗ୍ନୀ ପରୀକ୍ଷା
କୋଟି କୋଟି ଦେବତାଙ୍କୁ ସାକ୍ଷୀ ରଖି …
ଜୀବନର ଚକ୍ରବ୍ୟୁହ ରେ ନିଷ୍ପେସିତା ସୀତା !
କାହାକୁ ବା ନିନ୍ଦିବେ…
ଯାହାଙ୍କୁ ବରିଥିଲେ ମହାସ୍ୱୟମ୍ବରେ
ନା
ପୁତ୍ର ସମ ପ୍ରଜାଙ୍କର ଆକ୍ରୋଶ ଆକ୍ଷେପକୁ…
ଆଖିରୁ ବୋହି ଯାଏ ଲୋତକର ଧାର
ସେଇ ଲୁହ ନିର୍ଝରିଣୀ ବି ଗାଏ
ନାମ ରାମଙ୍କର !

This Post Has 4 Comments

  1. Bahut sundar upasthapana

  2. ରାବଣ ବଦନାମ ….ହେଲେ ରାମ କି ମହାପୁରୁଷ ଥିଲେ??? ନା ରାମ ନା ରାବଣ… ସୀତା ଏଠି ସମସ୍ତଙ୍କ ପାଇଁ ଗୋଟେ ଖେଳନା..

    1. ସୀତାଙ୍କୁ ବଣରେ ଛାଡିବା ଏକମାତ୍ର ସମାଧାନ ଥିଲା । 90% ଅଯୋଧ୍ୟାବାସୀଙ୍କୁ ସନ୍ତୁଷ୍ଟ କରିବାକୁ କେବଳ ନୁହଁ ବରଂ ସୀତାଙ୍କ ସମ୍ମାନର ବିଷୟ ଥିଲା । ଆହୁରି ମଧ୍ୟ ସେଇ ନିଷ୍ପତି ଉଭୟ ରାମ ଓ ସୀତା ନେଇଥିଲେ ପୂର୍ବ ରାତ୍ରରେ ।

Leave your footprints here... say your heart out !

Manoj Kishore Nayak

Hitherto known as the "Tissue Paper Poet" and credited many a times with initiating the same genre of poetry I, contemplated of writing this blog where I could inter-alia, endeavour to write my random thoughts and publish that of others. The blog will contain subjects of myriad hues ranging from poetry & travelogues to sundry incidents. Being a 'bookaholic' I would like to tell you about the books I read and the authors I meet across the corners which will quench your thirst for literary entertainment and will impart a certain cachet to your intellectuality. Read More...
Close Menu