କୁନ୍ଦୁଲି କାନ୍ଦୁଛି

ଏଠି ତ ସମସ୍ତେ ଆତୁର
ରାଣୀ ପଦ୍ମାବତୀ ନାଚୁ ଖିଲିଜ ସାମ୍ନାରେ
ମଦିରା ପିଉ ସେ , ମତୁଆଲା କରୁ ବାସ୍ନାରେ ।

ସେଦିନ ଦ୍ରୌପଦୀ ସିନା ବିବସ୍ତ୍ର ହେବାରୁ ରକ୍ଷା ପାଇଥିଲେ
ଆଜି ବୀର ରମଣୀଙ୍କୁ ନିର୍ଲଜ କର କୁରୁ ସଭାରେ ।
କିଏ ପଚାରୁଛି ଏଠି ନାରୀର ସମ୍ମାନକୁ
ନାରୀ ମାନେ ହିଁ ତ ବୀର ଭୋଗ୍ୟା

ନେଇ ଆସ ଟେକି ନିର୍ଭୟାକୁ
ଧର୍ଷଣ କର ସମସ୍ତେ
ବିସର୍ଜନ କରୁ ସେ ଆତ୍ମ ଗ୍ଲାନିରେ ।

ରାଜାଙ୍କୁ ଦେଖ ଆଜି ସେ ବିଜୟର ଶୋଭାଯାତ୍ରାରେ
ବିରୋଧୀ ବି ମସଗୁଲ ମଧୁଶାଳାରେ
ତୁମେ ବି ନାଚ ।

କାନ୍ଦିଲେ କାନ୍ଦୁ ମା’ ବିଳାପୀ ବିଳାପୀ
ଦୁଇ ଫାଳ ହୋଇ ଫାଟିଯାଉ ଏ ବସୁଧା ।
ସବୁ କିଛି ଠିକ ହୋଇଯିବ ଆସନ୍ତାକାଲି
କାହା ଲୁହରେ କେବେ ପୃଥିବୀ ପ୍ରଳୟ ହୋଇଛି କି ।

ଦେଖୁନ ଶୋଇ ପଡ଼ିଲାଣି ରାଧୁର ଝିଅ
ଏଥରକ ତା’ ପାଳି ।

#କୁନ୍ଦୁଲି_ପୀଡିତାଙ୍କୁ_ଉତ୍ସର୍ଗ ।

This Post Has 2 Comments

  1. Thanks Manoj Bhai I have read your poetry and short story in English and odia l feel very happy

    1. Thanks a lot bhai

Leave a Reply

Close Menu
error: Content is protected !!