ଆକୁଳ ମାତୃତ୍ୱ

ମନେପଡେ ଜନ୍ମହେବାର ସେ ପ୍ରଥମ ଲଗ୍ନ,
ଏନ୍ତୁଡିଶାଳର କୁଆଁ କୁଆଁ ରାବ,
ତା ଆଖିରେ ଭରିଦେଇଥିଲା ପୂର୍ଣମୀର ଜୁଆର ।
ଓଦାକନାକୁ ପେଟରେ ଜାକିଦେଇ ଗୁଡେଇ ଦେଇଥିଲା ରେଶମୀ ଶାଲ୍
ଜହ୍ନରାତିର ଛାତିରେ ଝଂକୃତ ହେଉଥିଲା ବସନ୍ତର ମଲ୍ହାର ।
ତା’ ହାତଧରି ଚାଲିବା ଶିଖିଥିଲି …
ଚାଲିଚାଲି ଆଜି ମୁଁ ବହୁତ ଦୂରକୁ ପହନ୍ଚିଗଲି
ସୁବର୍ଣମେରୁରେ ସୁନେଲି ସ୍ଵପ୍ନ ସଜେଇବାକୁ
ଯେଉଁଠି କର୍କଶ ଲାଗେ ମମତାମୟୀ ନାନାବାୟାଗୀତ ।
ସାତ ସନ୍ତାନର ଜନନୀ ଶୋଷିଲା ମା’ ର ଡାକଟେ ପାଇଁ
ଦାଉ ସାଧିଥିଲା କାଳବୈଶାଖୀର ତତଲାଲୁହ ।
ଡାକରା ଆସିଛି ଗାଆଁରୁ ଶେଷ ଦର୍ଶନ ପାଇଁ,
ଇସ୍ ! ଅସମୟରେ ଅଜାଡି ପଡିଲା ବସନ୍ତର ବର୍ଷା ।
ବୁଢୀଆଣୀ ଜାଲପରି ଗୁଡେଇ ହୋଇଛି ସଂସାରର ଜଂଜାଳ ।
କଥା ଦେଲି ସିମ୍ରନ୍ ର ମାଆକୁ ଶୀଘ୍ର ଫେରିଆସିବି ବୋଲି
ହେଲେ ଏ କ’ଣ ?
ରେଶମୀ ଶାଲ୍ ତଳେ ଘୋଡ଼େଇ ହୋଇ ପଡିଛି
ମଲାକାଠ ପରି ଶିଥିଳ
ନିଃଶ୍ଵାଷ ପ୍ରଶ୍ଵାସ ବଂଦ କରି ଦେଇଥିବା ଏକ ଜୀବନ୍ତ ହୃଦୟ ।
ଫଟା ମାଟିହାଣ୍ଡିସବୁ ଶୁଖି ଯାଇଥିଲା …
ଶେଷ ମୂହୁର୍ତ୍ତରେ ବି ପିଇ ପାରିଲାନି ଢୋକାଏ ମାଆର ଡାକ ।
ଅଭିମାନର ଅଶ୍ରୁରେ ମୋ ପାପକୁ ଧୋଇ ନ ପାରିଲି ନାହିଁ
ଅନୁତାପର ଅଗ୍ନିରେ ଝାସ ଦେଲି …
ପୁଣିଥରେ ତା କୋଳରେ ଶୋଇ ଶୁଣିବାକୁ ନାନାବାୟା ଗୀତ ।

This Post Has 6 Comments

  1. Heart touching

    1. Thanks dear

  2. really all are nice

    1. Thanks a lot mam

  3. really all are nice

  4. Thanks dear

Leave your footprints here... say your heart out !

Manoj Kishore Nayak

Hitherto known as the "Tissue Paper Poet" and credited many a times with initiating the same genre of poetry I, contemplated of writing this blog where I could inter-alia, endeavour to write my random thoughts and publish that of others. The blog will contain subjects of myriad hues ranging from poetry & travelogues to sundry incidents. Being a 'bookaholic' I would like to tell you about the books I read and the authors I meet across the corners which will quench your thirst for literary entertainment and will impart a certain cachet to your intellectuality. Read More...
Close Menu
%d bloggers like this: