ହଜି ଯାଇଥିବା ମା’

ମାଆଙ୍କୁ ଦେଖିବ ?
ଆସ ଖୋଲା ପଡିଆକୁ
ଏଇ ଯେଉଁ ଆକାଶ ତୁମକୁ ବାନ୍ଧି ରଖିଛି
ସେଇ ତ ମାଆର ହାତ ।
ପବନ ବି ଗାଉଛି ନା ଗୀତଟିଏ
ମାଆର ସୁରରେ ।

ଧାଇଁ ଆସ ଝରଣା କୂଳକୁ
ପାଦ ପ୍ରକ୍ଷାଳି ଖେଳ ସେ ଶୀତଳ ଜଳରେ
ମାଆର ମମତା ପରି ଆନନ୍ଦ ଦେଉନି କି ???
ଦେଖ ଆଗରେ ପଡିଛି ଲମ୍ବା ରାସ୍ତା
ମାଆ ବୋଧେ ହାତ ଧରି ଚାଲୁଛି ସାଥେ ।
ଆଉ ନୁହଁ କି ?
ଆଉ ନହେଲେ ତୁମେ ବାଟ ବଣା ହୋଇଯିବ ଯେ …
ଆମ୍ବ ତୋଟାରେ ବୁଲୁ ବୁଲୁ
ପବନରେ ଯେଉଁ ଆମ୍ବଟି ପଡିଯାଇଛି
ସେଇ ଆମ୍ବ ଆଉ କିଏ ଝଡେଇଛି କି ଗଛକୁ ଦୋହଲାଇ ?

ତଥାପି ବିଶ୍ୱାସ ହେଉନି କି ???
ଆଇନା ସାମ୍ନାରେ ଛିଡା ହୋଇ ଦେଖ
ସେଇ ଆଖି , ସେଇ ଓଠ,
ସେଇ ଲାଜ , ସେଇ ମୁହଁ …
ଏସବୁ କ’ଣ ମା’ର ନୁହଁ ????

ଆଉ ତେବେ ମାଆଙ୍କୁ ଖୋଜୁଛ କାହିଁକି ଯେ ????

[ ଏ କବିତା
ଆକାଶର ତାରା ମେଳରେ ମାଆକୁ ଖୋଜୁଥିବା ଝିଅଟେ ପାଇଁ ]

This Post Has 2 Comments

  1. ଅତି ସୁନ୍ଦର ଭାବର କବିତା, ମନୋଜ ଭାଇ । ଥରେ ମା ଡାକି ଦେଲେ ମନ ହାଲକା ହୋଇ ଯାଏ । ଅନ୍ତରର ଗଭୀରତମ ପ୍ରଦେଶରୁ ଆସୁଥିବା ଏକମାତ୍ର ଶବଦ ମା… ମା… ମା…।

    1. ଧନ୍ୟବାଦ ଭାଇ । ଏମିତି ଉତ୍ସାହିତ କରୁଥାନ୍ତୁ

Leave a Reply

Manoj Kishore Nayak

Hitherto known as the "Tissue Paper Poet" and credited many a times with initiating the same genre of poetry I, contemplated of writing this blog where I could inter-alia, endeavour to write my random thoughts and publish that of others. The blog will contain subjects of myriad hues ranging from poetry & travelogues to sundry incidents. Being a 'bookaholic' I would like to tell you about the books I read and the authors I meet across the corners which will quench your thirst for literary entertainment and will impart a certain cachet to your intellectuality. Read More...
Close Menu
%d bloggers like this: