ସିଗାରେଟ

- ନାଁ । ମୁଁ ସିଗାରେଟ ପିଏନି । ଥାଙ୍କ ୟୁ । - ଆରେ ବନ୍ଧୁ । ସିଗାରେଟ ଥରେ ପିଇଦେଲେ ଯାତ୍ରାଟା ସୁଗମ ଲାଗିବ । ନିଅନା... ପ୍ରଥମେ ପ୍ରଥମେ ମନା କରୁଥିଲେ ବି ଶେଷରେ ସେ ମୋ କଥା ରଖିଥିଲେ ।

Continue Reading

ସଂଖ୍ୟା

ଏଠି ତ ପୃଥିବୀ ଏକ ନୁହେଁ ସଂଖ୍ୟାରେ ବିଭାଜିତ ଭାତୃତ୍ୱର ସୀମା ସଂଖ୍ୟାରେ ସୀମିତ ନିଜ କର୍ମ, ନିଜ ଗ୍ରାମ ଆଉ ତା ପାଇଁ ଧାଉଁଥିବା ଅହରହ ନିଃଶ୍ୱାସ । ତେବେ ମଣିଷ କଣ ସତରେ ସଂଖ୍ୟାରେ ହିଁ ସୀମିତ ??

Continue Reading

Love Diary

କେଜାଣି ସେ ମୋତେ ଭଲ ପାଉଥିଲା ନା ନାହିଁ .... ସାମ୍ନାରେ ଛିଡା ହୋଇ ମୋତେ ଅନାଉ ଥାଏ । ଦିନ ତମାମ ... ଥରେ ମୁଁ ପଚାରି ଦେଲି ,'ମୋତେ କାହିଁକି ଏତେ ଶରଧାରେ ଅନାଉଛ ?' - 'କାରଣ ତୁମେ ଏ ଶ୍ରେଣୀର ସବୁଠାରୁ ଦୁଷ୍ଟ ପିଲା ' ମୁଁ କାନ ଆଉଁସି ବସି ପଡ଼ିଲି । ପ୍ରେମ ଫ୍ରେମ କିଛି ନାହିଁ ବୋଲି ମନକୁ ବୁଝାଇ ଦେଲି ।

Continue Reading

ସୀମା

"ମା' ସୀମା କ'ଣ ?" ତିନି ବର୍ଷର କୁନି ଛୁଆକୁ ବୁଝେଇବେ କେମିତି ? ଏଣେ ରୋଷେଇଘରେ ବ୍ୟସ୍ତତାରେ ବ୍ୟାଗ ଉପରୁ ହାତ ଉଠାଉ ଉଠାଉ ଗଳି ପଡୁଥିଲେ ଆଳୁ ସବୁ ସୀମାରେ ଲଢେଇ କରୁଥିବା ସୈନିକମାନଙ୍କର ମୁଣ୍ଡ ପରି । "ଯେଉଁଠି ଆମ ଦୁନିଆ ସରି ଯାଏ ସେଇଟା ଆମ ସୀମା "

Continue Reading

ନିଷ୍ଠୁର ହୃଦୟ

ଶବ ଦେହରୁ ପୋଷାକ ସବୁ ବାହାର କରି ଏପଟେ ସେପଟେ ଦେଖାଉଥିଲା ଦେହରେ ଥିବା ଖଣ୍ଡିଆ ଖାବରା ଚିହ୍ନ ସବୁ । ମୁଁ ଟିପୁ ଥିଲି ଖାତାରେ। ଛାତିରେ ଛୁରୀ ଭୂଷିଦେଲା ଏକା ଥରକେ । କଟ କଟ କରି ଛାତିର ପଂଜରାକୁ କାଟି ଦେଉଥାଏ।ଦୁଇ ହାତରେ ଟାଣି ବାହାର କରୁଥାଏ ଫୁସଫୁସକୁ। ହୃତପିଣ୍ଡ କାଟିଲା ବେଳେ ଗୀତ ଗାଉଥାଏ ,'ଦିଲ ଚିର କେ ଦେଖ। ତେରା ହି ନାମ ହୋଗା' କେଡେ ନିର୍ଦ୍ଦୟ ଚନ୍ଦୁ।

Continue Reading

କୁନ୍ଦୁଲି କାନ୍ଦୁଛି

କାନ୍ଦିଲେ କାନ୍ଦୁ ମା' ବିଳାପୀ ବିଳାପୀ ଦୁଇ ଫାଳ ହୋଇ ଫାଟିଯାଉ ଏ ବସୁଧା । ସବୁ କିଛି ଠିକ ହୋଇଯିବ ଆସନ୍ତାକାଲି କାହା ଲୁହରେ କେବେ ପୃଥିବୀ ପ୍ରଳୟ ହୋଇଛି କି । #କୁନ୍ଦୁଲି_ପୀଡିତାଙ୍କୁ_ଉତ୍ସର୍ଗ ।

Continue Reading

ସୁନା ଫୁଲ

ସୁଯୋଗ ଦେଖି ପଚାରିଲି 'ସୁନା ଫୁଲ ମୁଁ କେମିତି ହେବି?' ତା ସ୍କୁଲ ବ୍ୟାଗ ମୋ କାନ୍ଧରେ ଝୁଲେଇ ଦେଇ ବୁଝାଉଥାଏ 'ମୁଁ ସବୁ ଦିନ ସ୍କୁଲ ଯିବି । ସବୁଦିନ ହସ୍ତାକ୍ଷର ଲେଖିବି ବହୁତ ପାଠ ପଢିବି, ଚାକିରୀ କରିବି ' 'ଆଉ?'

Continue Reading

ତୁ ଫେରିଆ’ ରେ …

ଆଜି ବି ମନେ ପଡେ ସେଇ ବର୍ଷା ଦିନ ଗୋଟେ ଧଳା କାଗଜକୁ ମୋଡି ମାଡି ଦୁଇଟି କାଗଜ ଡଙ୍ଗା ବନେଇ ଗୋଟିଏ ମୋ ହାତରେ ଧରେଇ ଦେଇଥିଲୁ । ମୋ ଡଙ୍ଗା ଭାଙ୍ଗିଗଲା ତୁ ତୋ ଡଙ୍ଗାରେ ଭାସି କୁଆଡେ ଚାଲିଗଲୁ ?

Continue Reading

ହଜି ଯାଇଥିବା ମା’

ମାଆଙ୍କୁ ଦେଖିବ ? ଆସ ଖୋଲା ପଡିଆକୁ ଏଇ ଯେଉଁ ଆକାଶ ତୁମକୁ ବାନ୍ଧି ରଖିଛି ସେଇ ତ ମାଆର ହାତ...... [ ଏ କବିତା ଆକାଶର ତାରା ମେଳରେ ମାଆକୁ ଖୋଜୁଥିବା ଝିଅଟେ ପାଇଁ ]

Continue Reading

End of content

No more pages to load

Close Menu