ODIA

This section exclusively deals with the works of Odial iterature,the scribbling in my mother tongue . Continuing the genre of Tissue Paper Poetry I am also going to add the play of emotions to this column with an odissi flavour to my alphabets .

Love Diary

କେଜାଣି ସେ ମୋତେ ଭଲ ପାଉଥିଲା ନା ନାହିଁ …. ସାମ୍ନାରେ ଛିଡା ହୋଇ ମୋତେ ଅନାଉ ଥାଏ । ଦିନ ତମାମ …
ଥରେ ମୁଁ ପଚାରି ଦେଲି ,’ମୋତେ କାହିଁକି ଏତେ ଶରଧାରେ ଅନାଉଛ ?’
– ‘କାରଣ ତୁମେ ଏ ଶ୍ରେଣୀର ସବୁଠାରୁ ଦୁଷ୍ଟ ପିଲା ‘

ମୁଁ କାନ ଆଉଁସି ବସି ପଡ଼ିଲି । ପ୍ରେମ ଫ୍ରେମ କିଛି ନାହିଁ ବୋଲି ମନକୁ ବୁଝାଇ ଦେଲି ।

ସୀମା

“ମା’ ସୀମା କ’ଣ ?”
ତିନି ବର୍ଷର କୁନି ଛୁଆକୁ ବୁଝେଇବେ କେମିତି ?
ଏଣେ ରୋଷେଇଘରେ ବ୍ୟସ୍ତତାରେ ବ୍ୟାଗ ଉପରୁ ହାତ ଉଠାଉ ଉଠାଉ
ଗଳି ପଡୁଥିଲେ ଆଳୁ ସବୁ
ସୀମାରେ ଲଢେଇ କରୁଥିବା ସୈନିକମାନଙ୍କର ମୁଣ୍ଡ ପରି ।
“ଯେଉଁଠି ଆମ ଦୁନିଆ ସରି ଯାଏ ସେଇଟା ଆମ ସୀମା ”

ନିଷ୍ଠୁର ହୃଦୟ

ଶବ ଦେହରୁ ପୋଷାକ ସବୁ ବାହାର କରି ଏପଟେ ସେପଟେ ଦେଖାଉଥିଲା ଦେହରେ ଥିବା ଖଣ୍ଡିଆ ଖାବରା ଚିହ୍ନ ସବୁ । ମୁଁ ଟିପୁ ଥିଲି ଖାତାରେ। ଛାତିରେ ଛୁରୀ ଭୂଷିଦେଲା ଏକା ଥରକେ । କଟ କଟ କରି ଛାତିର ପଂଜରାକୁ କାଟି ଦେଉଥାଏ।ଦୁଇ ହାତରେ ଟାଣି ବାହାର କରୁଥାଏ ଫୁସଫୁସକୁ। ହୃତପିଣ୍ଡ କାଟିଲା ବେଳେ ଗୀତ ଗାଉଥାଏ ,’ଦିଲ ଚିର କେ ଦେଖ। ତେରା ହି ନାମ ହୋଗା’

କେଡେ ନିର୍ଦ୍ଦୟ ଚନ୍ଦୁ।

କୁନ୍ଦୁଲି କାନ୍ଦୁଛି

କାନ୍ଦିଲେ କାନ୍ଦୁ ମା’ ବିଳାପୀ ବିଳାପୀ
ଦୁଇ ଫାଳ ହୋଇ ଫାଟିଯାଉ ଏ ବସୁଧା ।
ସବୁ କିଛି ଠିକ ହୋଇଯିବ ଆସନ୍ତାକାଲି
କାହା ଲୁହରେ କେବେ ପୃଥିବୀ ପ୍ରଳୟ ହୋଇଛି କି ।

#କୁନ୍ଦୁଲି_ପୀଡିତାଙ୍କୁ_ଉତ୍ସର୍ଗ ।

ସୁନା ଫୁଲ

ସୁଯୋଗ ଦେଖି ପଚାରିଲି
‘ସୁନା ଫୁଲ ମୁଁ କେମିତି ହେବି?’
ତା ସ୍କୁଲ ବ୍ୟାଗ ମୋ କାନ୍ଧରେ ଝୁଲେଇ ଦେଇ ବୁଝାଉଥାଏ
‘ମୁଁ ସବୁ ଦିନ ସ୍କୁଲ ଯିବି ।
ସବୁଦିନ ହସ୍ତାକ୍ଷର ଲେଖିବି
ବହୁତ ପାଠ ପଢିବି, ଚାକିରୀ କରିବି ‘

‘ଆଉ?’

ତୁ ଫେରିଆ’ ରେ …

ଆଜି ବି ମନେ ପଡେ ସେଇ ବର୍ଷା ଦିନ
ଗୋଟେ ଧଳା କାଗଜକୁ ମୋଡି ମାଡି
ଦୁଇଟି କାଗଜ ଡଙ୍ଗା ବନେଇ
ଗୋଟିଏ ମୋ ହାତରେ ଧରେଇ ଦେଇଥିଲୁ ।
ମୋ ଡଙ୍ଗା ଭାଙ୍ଗିଗଲା
ତୁ ତୋ ଡଙ୍ଗାରେ ଭାସି କୁଆଡେ ଚାଲିଗଲୁ ?

ହଜି ଯାଇଥିବା ମା’

ମାଆଙ୍କୁ ଦେଖିବ ?
ଆସ ଖୋଲା ପଡିଆକୁ
ଏଇ ଯେଉଁ ଆକାଶ ତୁମକୁ ବାନ୍ଧି ରଖିଛି
ସେଇ ତ ମାଆର ହାତ……

[ ଏ କବିତା
ଆକାଶର ତାରା ମେଳରେ ମାଆକୁ ଖୋଜୁଥିବା ଝିଅଟେ ପାଇଁ ]

ପଞ୍ଚଜନ୍ୟ !

ବିଭତ୍ସ ଚିକ୍ତାର କରୁଛନ୍ତି
ଚତୁଃପାର୍ଶ୍ବେ ଜୀବନ୍ତ ମଣିଷମାନଙ୍କର ଶବ ।
ବନ୍ଧ୍ୟାମାଟିରେ ଲୋଟିପଡିଛନ୍ତି କଳଙ୍କସବୁ
କୃଷ୍ଣଚୂଡ଼ା ପାଲଟିଯାଇଛି ଟହ ଟହ ଅଙ୍ଗାର
ପ୍ରତିଟି ପୃଷ୍ଠାରେ ନିଃସ୍ୱତାର ଛିଟା
ତଥାପି…

ପକୋଡା ପୁରାଣ : ଭାଗ ଏକ


ଦାମନଯୋଡି । ସମୟ ସନ୍ଧ୍ୟା ସାତଟା। ବସକୁ ଅପେକ୍ଷା କରିଥାଏ । କିଛି କାମରେ ଯାଉଥାଏ ବାହାରକୁ। ସେଇଠି ଦେଖା ହୋଇଗଲା ଦୁଇ ବନ୍ଧୁଙ୍କ ସହ , ଜଣେ ଶିକ୍ଷକ ଆଉ ଜଣେ ଇଂଜିନିଅର। ନୂଆ ନୂଆ ଦୋସ୍ତି । ପ୍ରଥମେ ପ୍ରଥମେ ଅଭିନନ୍ଦନ, ପରେ କିଛି ଘର କଥା କହୁ କହୁ ଆରମ୍ଭ ହେଲା ଆମ ପାର୍ଲାମେଣ୍ଟ ।

error: Content is protected !!