ପକ୍ଷୀ ପାଇଁ

ପକ୍ଷୀ ପାଇଁ

 

ଗୋ ସୁନାକେଶୀ !

ଡେଣା ଲାଗିଗଲା ବୋଲି ଉଡେଇଦେବି କି
ଆଉ କେଉଁ ପରଦେଶକୁ ?

ଯେଉଁଠି ନ ଥିବ ତୋ ପାଇଁ ଚେନାଏ ହସ
ଥିବ କି ନ ଥିବ ଆଞ୍ଜୁଳେ ଖୁସି
ଚୁମୁଥିବ କି ନ ଥିବ ତୁମ ଓଠ ଗୋଲାପର ବୃନ୍ତ ।

ତୁ ତ କେଡେ ସୁକୁମାରୀ ରାଜକୁମାରୀ
ସଜେଇଦେଵ କିଏ ତୋ ରାଣୀର ମହଲ
ଗାଉଥିବ ତୋ ପାଇଁ ପ୍ରେମର ଗଜଲ ।

ପରୀ ଅପ୍ସରୀ ଜଳୁଥିବେ ଶୃଙ୍ଗାର ଈର୍ଷ୍ୟାରେ
ଭିଜେଇଦେଵ କିଏ ସ୍ନେହର ବର୍ଷାରେ ?

ଆଉ
ଆଉ ଯଦି ପାଇବୁନି ସେସବୁ ??
କହ କାହା ଭାଗ୍ୟ ନିନ୍ଦିବୁ ତୁ
ତୁ ତ ନିଜେ ହିଁ ନେଉଛୁ ନିଜର ଉଡାଣ
ତୋ ଶୁଭମନାସୀ ଯିବ ଏ ଜୀବନ ।

ତୋତେ ତ କାନ୍ଦିବା ବି ଆସେନି ।

ମୋ ବାହୁବନ୍ଧନରେ
ଖିଲି ଖିଲି ହସୁ ଭୁଲି ସବୁ ଦୁଃଖ
ତୋ ବୁନ୍ଦାଏ ଲୁହରେ
ଫୁଲିଉଠେ ଆନନ୍ଦ ସମୁଦ୍ର ।

ରହିପାରିବୁନି ଯଦି ସେଠି
ଫେରିଆସିବୁ ଡେଣାଝାଡ଼ି ଆକାଶେ
ଖୋଲାଥିବ ହୃଦୟ ପଞ୍ଜୁରୀ
ଝୁମିବାକୁ ତୋ ପ୍ରେମର ସୁବାସେ ।

ଜୀବନ ଜୀଇଁ ଯାଆରେ ପକ୍ଷୀ
ଦୁଃଖ ବୋଲି କିଛି ନାହିଁ ।
ଗୀତ ଗାଇ ଯାଆରେ ପକ୍ଷୀ
ଅନ୍ଧାର ବୋଲି କିଛି ନାହିଁ ।

Leave your footprints here... say your heart out !

Manoj Kishore Nayak

Hitherto known as the "Tissue Paper Poet" and credited many a times with initiating the same genre of poetry I, contemplated of writing this blog where I could inter-alia, endeavour to write my random thoughts and publish that of others. The blog will contain subjects of myriad hues ranging from poetry & travelogues to sundry incidents. Being a 'bookaholic' I would like to tell you about the books I read and the authors I meet across the corners which will quench your thirst for literary entertainment and will impart a certain cachet to your intellectuality. Read More...
Close Menu
%d bloggers like this: