କବିତା

ଆତ୍ମାର ସୁନ୍ଦର ରୂପ କାବ୍ୟ
ମାନବ ଜନ୍ମ ଲଭିବା ଭାଗ୍ୟ ହେଲେ
କବି ହେବା ସୌଭାଗ୍ୟ
ପକ୍ଷୀ ଗୀତ ଗାଏ
ଆକାଶ କଥା କହେ
ଫୁଲ ନାଚେ
କାହା ଭାଗ୍ୟରେ ଜୁଟେ କି
ଧଳା କାଗଜ ଉପରେ ମନକୁ ଥୋଇ ଦେଲେ
ସ୍ୱପ୍ନ ସବୁ ଗୁଣୁ ଗୁଣୁ ହୋଇ ଗୀତ ଗାଆନ୍ତି
ସେଇ ତ ମୋ କବିତା
କେବେ ବିଭୋର ହୋଇ କବିତା କୁ ପ୍ରେମ କରେ
କେବେ ମାତାଲ ହୋଇ ବର୍ଷାରେ ନାଚେ
ମୋ ଜୀବନର ସବୁ ଗୁପ୍ତ ରହସ୍ୟ
କବିତା କୋଣାର୍କ ରେ ବନ୍ଦୀ
ତଥାପି କେବେ କେବେ କାହିଁକି ଏମିତି ହୁଏ
ମତେ ଏକାକାର ଲାଗେ
ମୋ ମନଦୁନିଆରୁ ଉଭାନ ହୋଇ ଯାଏ
କେତେ ଖୋଜି ବୁଲେ ତୋତେ
ଝରଣାର କୁଳୁକୁଳୁ ନାଦରେ
ତ କେବେ ସମୁଦ୍ର ବେଳାରେ ଶାମୁକା ସାଉଁଟିଲା ବେଳେ
କେବେ ଘଞ୍ଚ ଅରଣ୍ୟ ଝିଙ୍କାରୀ ଶବ୍ଦରେ
ଆଉ କେବେ ମନ୍ଦିରର ଆରତୀରେ
ଶେଷରେ ହତାସ ହୋଇ ବସି ପଡ଼େ
ଆଖିରୁ ଝରି ପଡ଼େ ଲୁହ ଦିଇ ଟୋପା
ଧଳା କାଗଜ ଉପରେ
ସେଇଠି ତା ହସ ହସ ମୁହଁ ଜଳ ଜଳ ଦିଶେ
ମୁଁ ଶୁଣିପାରେ ତାର
ସେଇ ଅଭିମାନର ସ୍ଵର
“ମୋତେ ବାହାରେ କାହିଁ ଖଜୁଥିଲି
ମୁଁ ତ ତୁମ ଦେହରେ ହିଁ ଅଛି
ତୁମେ ମୋ କବି
ଆଉ ମୁଁ ତୁମର ଅନ୍ତରର ଆତ୍ମାଟିଏ”

ବାସ୍
ଆତ୍ମାର ସୁନ୍ଦର ରୂପ କାବ୍ୟ
ମାନବ ଜନ୍ମ ଲଭିବା ଭାଗ୍ୟ ହେଲେ
କବି ହେବା ସୌଭାଗ୍ୟ ।

 

 

Leave a Reply

Close Menu
error: Content is protected !!