ସମୁଦ୍ରକୁ ଶୋଷ ହେଲେ
ସେ ବରଷା ଝରେଇଦେବେ ,
ଆକାଶକୁ ଶୀତ ହେଲେ
ରେଶମ କମ୍ବଳରେ ଘୋଡେଇଦେବେ ।
ପକ୍ଷୀ ଉଡୁ ଉଡୁ ଥକିଗଲେ
ନିଜ ଡେଣା ଦେଇ ଗୀତ ଗାଇବେ
ଫୁଲ କେବେ ଯଦି ରୁଷିଗଲେ
ନିଜ ହାତରେ ଆଉଁଷିଦେବେ ।
ଆଜିଠୁଁ ସେ
ସମୁଦ୍ର ହେଉ କି ଆକାଶ ,
ପକ୍ଷୀ ହେଉ କି ଫୁଲ,
ସବୁଠି ତୁମକୁ ହିଁ ପାଇବେ ।
ତୁମେ ବି ଖୋଜୁଥାଅ ତାଙ୍କୁ
ତୁମରି ଭିତରେ ।
#ଅଭିନନ୍ଦନ ଏ ନୂଆ ଜୀବନର !!!