ପାଞ୍ଚ ବର୍ଷ ତଳର କଥା ।
ଧୂ ଧୂ ଖରା ବେଳ। ବସ୍ ରେ ଝରକା ପାଖ ସିଟରେ ବସି ରାଜା ଭଳିଆ ଅନୁଭବ କରୁଥାଏ । ଦେହରେ ପବନ ନ ବାଜିଲେ କି ବସ୍ ଯାତ୍ରା ?
ପାଖ ସିଟରେ ବସିଥାନ୍ତି ଜଣେ ସମବୟସ୍କ ଯୁବକ । ଚେହେରା ଆମର ମିଶୁଥାଏ । ସମ୍ପର୍କ ଗଢିବା ସୂତ୍ରରେ ତାଙ୍କୁ ଅନେଇ ମୁରୁକି ହସି ଦେଇଥିଲି । ପକେଟରୁ ସିଗାରେଟ ଦୁଇଟି କାଢି ଗୋଟିଏ ତାଙ୍କୁ ବଢ଼େଇ ଦେଲି ।
– ନାଁ । ମୁଁ ସିଗାରେଟ ପିଏନି । ଥାଙ୍କ ୟୁ ।
– ଆରେ ବନ୍ଧୁ । ସିଗାରେଟ ଥରେ ପିଇଦେଲେ ଯାତ୍ରାଟା ସୁଗମ ଲାଗିବ । ନିଅନା…
ପ୍ରଥମେ ପ୍ରଥମେ ମନା କରୁଥିଲେ ବି ଶେଷରେ ସେ ମୋ କଥା ରଖିଥିଲେ ।
– ମୁକେଶ ! ପ୍ରଥମ ସିଗାରେଟ ଟିକେ ମୁଣ୍ଡ ବୁଲାଏ । ଚାଲ ଲସି ପିଇବା ।
– ଓ କେ ମନୋଜ ! ଚାଲ … ଲସି ମୋ ତରଫରୁ ।
ଶେଷରେ ଆମ ଗାଁ ବସ୍ ଷ୍ଟାଣ୍ଡ ରେ ଓଲ୍ହେଇ ଘରକୁ ଗଲୁ । ସେ ଆମ ଗାଁର ନୂଆ ଶିକ୍ଷକ ହୋଇ ଆସିଥିଲେ । ସିଗାରେଟ ଦିଆ-ନିଆରେ ଗଢିଉଠିଥିବା ସମ୍ପର୍କ ଘନିଷ୍ଠ ହୋଇ ଆସୁଥାଏ । ଆଜି ଦୁହେଁ ଦୁହିଁଙ୍କ ପାଇଁ ଜୀବନ ଦେବା ପାଇଁ ବି ପ୍ରସ୍ତୁତ ।
xxxxxxxxxxxxx
କିଛି ଦିନ ତଳେ ଖୁସି ଖବରଟେ ପାଇଲି । ମୁକେଶର ସ୍ତ୍ରୀ ଗର୍ଭବତୀ । ସହରରୁ ଫେରିଛନ୍ତି ଡାକ୍ତରଙ୍କୁ ଦେଖାଇ । ମିଠା ଖାଇବା ଆଳରେ ଦୌଡ଼ି ଗଲି ତା’ ଘରକୁ ।
କିନ୍ତୁ ଏ କ’ଣ !!!
ହାତରେ ମୁଣ୍ଡ ଦେଇ ଦୁହେଁ କାନ୍ଦୁଛନ୍ତି ।
– କ’ଣ ହେଲା ଭାଉଜ ? ଶିଶୁଟି ଭଲ ନାହିଁ କି? ତୁମ ଦେହ ଭଲ ତ ???
ବାରମ୍ବାର ପ୍ରଶ୍ନ କଲା ପରେ ବି ସେମାନେ ନିରୁତ୍ତର ଥାଆନ୍ତି।
ଶେଷରେ ମୁକେଶ ପାଟି କରି କହିଲା ,” ତୋ’ ଭାଉଜ ର ଚେକଅପ ପରେ ମୁଁ ବି ଦେଖେଇଲି ଡାକ୍ତରଙ୍କୁ । ଆଉ….(ପାଟି ଖନୀ ମରିଯାଉଥାଏ) ମୋତେ ଲଙ୍ଗ୍ସ କ୍ୟାନ୍ସର ହୋଇ ଯାଇଛି।”
ଭାଉଜ ବି ପାଟି କରୁଥିଲେ ମୁକେଶ ଉପରେ : କେତେଥର କହିଥିଲି ସିଗାରେଟ ପିଅନି । ମୋ’ କଥା କେବେ ଶୁଣୁ ନଥିଲ ।”
ସେମାନଙ୍କ କ୍ରନ୍ଦନରେ ଘରଟି ଫାଟି ପଡୁଥାଏ । ବନ୍ଧୁତ୍ୱର କାଠଗଡ଼ାରେ ହତ୍ୟାକାରୀ ରୂପେ ଛିଡା ହୋଇଥାଏ ନୀରବ ,ନିଶ୍ଚଳ ,ନିରୁତ୍ତର ମୁଁ ।
ମୋ ଲୁହର ଗଙ୍ଗାରେ ବୁଡି ଏ ପାପର ପ୍ରାୟଶ୍ଚିତ ଆଜି ବି କରୁଛି । ତଥାପି ନିଜକୁ କ୍ଷମା କରିପାରିନି…..
wow wow…
Thank you ….Thank you….
I hope this might be a fictional story Bhai..If not,then the pain felt by you is incurable bhai…
Great words…
It’s a fiction dude . I don’t smoke … To make it more emotional I have become a character in the story . Thanks for reading.
Speechless. ….A real presentation. …
Thanks a lot dear
Really its herat touch story.. Bt some pepoles r not understand this situatiion..
We should aware them . It’s our responsibility.
Thanks a lot sir .
A heart touching story with a powerful message for one and all .
Thanks a lot dear . ??
Deeply touched