କିଏ କହିଲା ମୋ ନବରଙ୍ଗପୁରକୁ ଶୂନ ଜିଲ୍ଲା ବୋଲି
ଆସୁନ ଶୁଂଘିବ
ଏଠି ତ କୋଟି କୋଟି ଦୁର୍ନୀତିର ଗନ୍ଧ
ଭଣ ଭଣ ହୋଇ ବାସୁଚି ମୋ ଫାଇଲ ଉପରେ
ପି.ସି.ର ପେପର ୱେଟ ଯାହାକୁ ଘୁଞ୍ଚାଇ ପାରିନି
ଉନ୍ନୟନର ମିଛ ଦ୍ୱାହି ।
ଜନ୍ମ ନେବା ପାଇଁ ଏଠି ଭୃଣ ଲାଞ୍ଚ ଦିଏ
ମରିଯିବା ପାଇଁ ବେସାହାରା ବୁଢିମା ପ୍ରାର୍ଥନା କରେ
ଇନ୍ଦିରା ଆବାସର ସ୍ବପ୍ନ ତଳେ ଚାପି ହୋଇ।
ଝାମ୍ପି ପାରେନି ଆକାଶରେ ଉଡୁଥିବା ପଇସା ସବୁ।
ହଁ …. କୋଟିଏରେ ତ ସାତଟି ଶୂନ
ସେଇଥି ପାଇଁ ବୋଧେ କହୁଛ
ମୋ ନବରଙ୍ଗପୁରକୁ ଶୂନ ଜିଲ୍ଲା ବୋଲି !

କିଏ କହିଲା ମୋ ନବରଙ୍ଗପୁରକୁ ଶୂନ ଜିଲ୍ଲା ବୋଲି
ଆସୁନ ଶୁଣିବା
ଯାଦୁଗରୀ ମଦର ଅମୁଲ୍ୟ ଗାଥା ….
ରାସ୍ତା କଡ଼ରେ ଦୁର୍ଘଟଣା ଗ୍ରସ୍ତ
ଗଳିତ ଶବରୁ ଆସୁଥିବା ମହୁଲି ଗନ୍ଧ
ଅବା
ନୁଆ ବୋହୂର
ଗୋରା ଗାଲରେ ଥିବା ହାତ ଚିହ୍ନ
ମନ୍ଦିରରେ ବାଜୁ ଥିବା ଢଂ ଢଂ ଘଣ୍ଟା ଶବ୍ଦ ପରି
ଚମକୁ ଭେଦି ଯାଉଛି ।
ପଚର୍ ପଚର୍ କରି ଗୁଟଖା ଚୋବାଉ ଥିବା ଲୋକକୁ ଦେଖ
ବସ ଷ୍ଟାଣ୍ଡ ରେ ନୁହଁ କି ମଦ ଭାଟିରେ ନୁହଁ
କ୍ୟାନସର ରୋଗୀର ଶଯ୍ୟା ପାଖରେ ଡାକ୍ତରଙ୍କୁ ଟଣା ଓଟରା କରୁଛି।
ଜୀବନ ଓ ମୃତ୍ୟୁର ସନ୍ଦିହାନ ,
ଆତ୍ମାକୁ ଏଠି ଦର ମରା କରୁଛି।

ହୁଏତ …ଅମୁଲ୍ୟର ମୂଲ୍ୟ ଏଠି ଶୂନ ହୋଇଯାଇଛି
ସେଇଥିପାଇଁ ବୋଧେ କହୁଛ
ମୋ ନବରଙ୍ଗପୁରକୁ ଶୂନ ଜିଲ୍ଲା ବୋଲି ।

ଏଣୁ ହେ ମୋର ନବରଙ୍ଗପୁର ବାସୀ
ମାଟିମନସ୍କ ରେ ଆଙ୍କି ଦିଅ ଅସ୍ତଅତୀତର ଚିତ୍ର
ଆଉ ଦେଖ….
ଶୂନ ଶୂନର ରାଜନୀତି ଯାହା କାଦୁଅ ବୋଳା ଖେଳ ଥିଲା
ତାହା ଲାଲ୍ ଟମାଟର୍ ରଙ୍ଗର ଗୋଲାପ ପ୍ରେମରେ ବାଂଧୁଚି
କାଳିଦାସଙ୍କ କବିତ୍ୱ ଦୁର୍ଗ ଅବଶେଷ ପୋଡାଗଡ଼ରେ
ପୁନଃପ୍ରବେଶର ଆଶା ସଂଚାର କରୁଛି
ନଳ ବଂଶର ରଜା ଜହ୍ନଭଙ୍ଗା ପକ୍ଷୀରାଜ ଘୋଡ଼ାରେ ବସି
ଉଡିଆସୁଛନ୍ତି ସିଂହାସନ ଆରୋହଣ ପାଇଁ
ନବରଙ୍ଗରେ ସଜ୍ଜିତା ନବ ତରୁଣୀ ଗଣ ନାଚୁଛନ୍ତି
ସରଗି ଫୁଲ ପରି ବର୍ଷା ସଂଗୀତର ତାଳେ ତାଳେ
ଠେଙ୍ଗୁଆ ପିଲା ବି କାମକୁ ଯାଇଚି
ଫେରି ଆସିବଣି ତା ହାତରେ ଧାନ ଦୁବ ନେଇ
ପଚିଶ ବର୍ଷରେ ଆସି ଥମି ଯାଇନି
ନବ ରଙ୍ଗିଆ ଙ୍କ ସ୍ବପ୍ନ ମହୋଦଧୀ
ଅଜନ୍ତା ଆକାଶ ରେ ବି ଖୋଜିବସନ୍ତି ଶୁନ୍ୟର ପରିଧି
ସେଇଥି ପାଈଁ କେହି ଜଣେ ଭାବ ବିହ୍ୱଳ ହୋଇ
କହିଦେଇଛନ୍ତି ମୋ ନବରଙ୍ଗପୁରକୁ ଶୂନ ଜିଲ୍ଲା ବୋଲି।
ମୋ ନବରଙ୍ଗପୁରକୁ ଶୂନ ଜିଲ୍ଲା ବୋଲି ।

# ନବରଙ୍ଗପୁର ଜିଲ୍ଲାର 25ତମ ଜନ୍ମଦିନ ଅବସରରେ ଲେଖିଥିବା କବିତା ।

Categories: OdiaPoetry (Odia)

Manoj Kishore Nayak

Hitherto known as the “Tissue Paper Poet” and credited many a times with initiating the same genre of poetry I, contemplated of writing this blog where I could inter-alia, endeavor to write my random thoughts and publish that of others. The blog will contain subjects of myriad hues ranging from poetry & travelogues to sundry incidents.

2 Comments

Sabyasachi Bissoyi · June 8, 2018 at 11:27 am

ଖୁବ୍ ସୁନ୍ଦର କବିତା ଭାଇ। ବାସ୍ତବିକ ସ୍ଥିତିର ଚିତ୍ରକୁ ଆଙ୍କିଛ କଲମରେ।

Dipti Lekha Mishra · June 8, 2018 at 6:15 pm

bahut sundar zero

Leave a Reply