ମା’

My mom working in garden

●ମା’ କଣ କରୁଛୁ?
●କିଛି ନାହିଁ ରୋଷେଇ କରୁଛି ।
●କଣ?
●କାହିଁ ତୁ ଆସୁଛୁ କି?
●ନା ଯେ… ଗୋଟେ କାମ ଥିଲା।
●କହ।
●ତୋ ଫୋଟୋ ଗୋଟେ ପଠା ।
●ନା
●ପ୍ଲିଜ ପଠାନା
●ନା କହିଲି ପରା
●କାହିଁକି?
●ଘରକୁ ଆସିବାର ନା’ ଗନ୍ଧ ନାହିଁ। ଫୋଟୋ ନେଇ ଫେସବୁକରେ ଦେବୁ ।
●ତୁ କେମିତି ଜାଣିଲୁ?
●ୟା ପୂର୍ବରୁ ତୋ ସାନଭାଇ ଦୁଇଟା ମାଗି ସାରିଲେଣି …ମା’ ତୋ ଫୋଟୋ ପଠା ।
●ଓଃ… ହଉ ଡେରି ହୋଇଗଲା । ଏବେ ପଠାନା।
●ହଉ … ଟିକେ ପରେ।
●କାହିଁକି?
●ତୁ ପଠେଇଥିବା ସମ୍ବଲପୁରୀ ଶାଢ଼ୀ ପିନ୍ଧି ଫୋଟୋ ଉଠେଇବି।
●କଣ ସେଇଟା ତୋର ପସନ୍ଦ ଆସିଲା କି
●ହଁ… ପରା ( ସେ ଗେଲହେଇ କହୁଥାଏ)
●ଦେଖିଲୁ ମୋ ପସନ୍ଦ।
●ସେଇଟା ତୋ ପସନ୍ଦ ଜମାରୁ ନୁହଁ ।ତୋ ଝିଅ ସାଙ୍ଗ କିଏ ବାଛି ଦେଇଥିବ।
●ନା ନା… ମୋର ପୁଣି ଝିଅ ସାଙ୍ଗ ।
●ଥାଉ କହନା। କେବେ ଆସୁଛୁ କହ ?
●ଯିବି । ପରୀକ୍ଷା ସରୁ ।
●କେବେ ? ଏଥର ଆସିଲେ ଝିଅ ଦେଖିବାକୁ ଯିବା ।
●ହେଲେ ଯିବିନି ।
●କଣ କହିଲୁ?
●ମାନେ ଏବେ ଯିବିନି । ଆଗ ପରୀକ୍ଷା ସରୁ ।
●କେବେ ସରିବ? (ଖୁସି ହୋଇ)
●ଆ’ର ବର୍ଷ ଜୁଲାଇକୁ ।

ମିଛିମିଛିକା ରାଗରେ ପାଟି କରୁଥାଏ। ସତେଯେମିତି କ୍ରିକେଟ ବଲଟିଏ ରୋଷେଇ ଘରେ ଡାଲିରେ ପଡିଯାଇଛି ଏବେ ଏବେ ପୁଣିଥରେ।

(ବହୁ ଦିନ ତଳେ ହୋଇଥିବା ଏକ ବାର୍ତାଳାପର କିୟଦଂଶ।)

Leave a Reply

Manoj Kishore Nayak

Hitherto known as the "Tissue Paper Poet" and credited many a times with initiating the same genre of poetry I, contemplated of writing this blog where I could inter-alia, endeavour to write my random thoughts and publish that of others. The blog will contain subjects of myriad hues ranging from poetry & travelogues to sundry incidents. Being a 'bookaholic' I would like to tell you about the books I read and the authors I meet across the corners which will quench your thirst for literary entertainment and will impart a certain cachet to your intellectuality. Read More...
Close Menu