ପୋଡ଼ ପିଠା ବାପାଙ୍କର ଭାରି ପସନ୍ଦ ।
ଦିନେ ସ୍କୁଲରେ ପଢ଼ୁଥିବା ବେଳେ ଟିଫିନ ବକ୍ସରେ ଦେଇଥିଲା ମାଆ।ମୁଁ ପ୍ରୀତିକୁ ଅଫର କରିଥିଲି । ସେଇଟା ଆମର ପ୍ରଥମ କଥାବାର୍ତ୍ତା ଥିଲା। ସେଇ କଥାବାର୍ତ୍ତାରୁ ବନ୍ଧୁତା, ବନ୍ଧୁତାରୁ ପ୍ରେମ ଓ ପ୍ରେମରୁ ବିବାହ । ଆଜି ମୁଁ ବି ବାପା ହେଇଗଲିଣି ଦୁଇଟି ଝିଅଙ୍କର।
“ଆଜି ଫାଦର୍ସ ଡେ । ବାପାଙ୍କ ପାଇଁ ପୋଡ଼ପିଠା କରିଛି ,” ପ୍ରୀତି ଖୁସିରେ କହୁଥାଏ।
“ବାପା ବହୁତ ଖୁସି ହେବେ ପ୍ରୀତି”
“ଖାଲି ସେତିକି ନୁହଁ । ମୁଁ ତାଙ୍କୁ ଆଜି ନିଜ ହାତରେଖୁଆଇଦେବି ।”
ପ୍ରୀତିଙ୍କ କଥା ଶୁଣି ମୋ ଆଖି ଛଳଛଳ ହୋଇଗଲା । ପୋଡ଼ ପିଠା ଧରି ସାଙ୍ଗେ ସାଙ୍ଗେ କାର୍ ନେଇ ବାହାରିପଡିଲୁ ଆମେ ଦୁହେଁ ବାପା ରହୁଥିବା ବୃଦ୍ଧାଶ୍ରମ ଅଭିମୁଖେ ।