ପଞ୍ଚଜନ୍ୟ !

ପ୍ରୀତିଲିପ୍ସା !
ମାଖିଦେଇଛ ତୁମେ
ଆଖିରେ ଆଖିଏ ସ୍ୱପ୍ନର ଅଞ୍ଜନ
ପାଇବାକୁ ହେବ ରାଣୀମୁକୁଟ ଆଉ ରତ୍ନସିଂହାସନ
ଲୁହ ଲହୁରେ ବତୁରୀ ଦେଇଛ
ଏ ହନ୍ତସନ୍ତ ଜୀବନ
ବିଭତ୍ସ ଚିକ୍ତାର କରୁଛନ୍ତି
ଚତୁଃପାର୍ଶ୍ବେ ଜୀବନ୍ତ ମଣିଷମାନଙ୍କର ଶବ ।
ବନ୍ଧ୍ୟାମାଟିରେ ଲୋଟିପଡିଛନ୍ତି କଳଙ୍କସବୁ
କୃଷ୍ଣଚୂଡ଼ା ପାଲଟିଯାଇଛି ଟହ ଟହ ଅଙ୍ଗାର
ପ୍ରତିଟି ପୃଷ୍ଠାରେ ନିଃସ୍ୱତାର ଛିଟା
ତଥାପି…
ପହଞ୍ଚିବାକୁ ହେବ ସେଇଠି
ଶତସିଂହର ବଳ ନେଇ ସହସ୍ର ଖଡ୍ଗରେ
ସ୍ବପ୍ନ ସବୁ ସତ ହେଉଥିବେ
କେଉଁ ଏକ ସ୍ୱର୍ଣ୍ଣିମ ସକାଳରେ
ଲେଖୁଥିବି ତୁମ ବିଜୟର ସନନ୍ଦ ଶିଳାଲେଖ
ବିଜୟର ପଞ୍ଚଜନ୍ୟ ସ୍ଵରେ
ଦେଖାହେବ ଆରପାରିରେ
ଗୋ ବୈଶାଳୀ ବଧୂ !
ପ୍ରିୟଜ ଆଳାପରେ ତରଳୁଥିବି
ମୁଁ ରକ୍ତାକ୍ତ ସିଦ୍ଧାର୍ଥ !

2 thoughts on “ପଞ୍ଚଜନ୍ୟ !”

Leave a Reply

error: Content is protected !!