ପକୋଡା ପୁରାଣ : ଭାଗ ଏକ


ଦାମନଯୋଡି । ସମୟ ସନ୍ଧ୍ୟା ସାତଟା। ବସକୁ ଅପେକ୍ଷା କରିଥାଏ । କିଛି କାମରେ ଯାଉଥାଏ ବାହାରକୁ। ସେଇଠି ଦେଖା ହୋଇଗଲା ଦୁଇ ବନ୍ଧୁଙ୍କ ସହ , ଜଣେ ଶିକ୍ଷକ ଆଉ ଜଣେ ଇଂଜିନିଅର। ନୂଆ ନୂଆ ଦୋସ୍ତି । ପ୍ରଥମେ ପ୍ରଥମେ ଅଭିନନ୍ଦନ, ପରେ କିଛି ଘର କଥା କହୁ କହୁ ଆରମ୍ଭ ହେଲା ଆମ ପାର୍ଲାମେଣ୍ଟ ।
ଶିକ୍ଷକ ବନ୍ଧୁ : ଭାଇ ଏ ବଜେଟରେ ଆମ ପାଇଁ ମୋଦି କଣ କଲା?
ଇଂଜିନିଅର ବନ୍ଧୁ : ସବୁ ସେଇ ଗରୀବ ଆଉ ବେଶି ଧନୀ ଲୋକ ପାଇଁ ।
ମୁଁ : ଟାକ୍ସ ଦେଇ ଦେଇ ମରିଯିବା ବୋଧେ ଆମେ ସବୁ ମିଡ଼ିଲ କ୍ଲାସ ।
ସମସ୍ତେ ନିଜ ନିଜ ରାଗ ସୁଝାଉଥାଉ ବଜେଟ ଉପରେ ।

ଇଂଜିନିଅର ବନ୍ଧୁ : କିନ୍ତୁ ଆହୁରି ଖରାପ ଲାଗିଲା ଯେତେବେଳେ ମୋଦି କହିଲା ପକୋଡା ଛାଣିବା ବି ଗୋଟେ ଚାକିରୀ।
ମୁଁ : ଭାଇ ସେଇଟା କିନ୍ତୁ ଠିକ । ସେଇଟା ଭଲ ବ୍ୟବସାୟ ।
ଶିକ୍ଷକ ବନ୍ଧୁ : ସେଇଟା କିଛି ଅପମାନ ନୁହଁ କି ।
ମୁଁ: ନା ମ । ଦେଖିବ ଆର ଥରକୁ ସେମାନେ ବି ଟାକ୍ସ ଦେବେ ।
ଇଂଜିନିଅର ବନ୍ଧୁ : ସେମାନେ କି ଟାକ୍ସ । ଖାଇବାକୁ ମିଳୁନଥିବ ।
ଜାଣିଛ ଆଜି ବାଙ୍ଗାଲୋରରେ ଇଂଜିନିୟରିଂ ଛାତ୍ରମାନେ ପକୋଡା ବିକି ନିଆରା ଢଙ୍ଗରେ ପ୍ରତିବାଦ ଜଣାଇଛନ୍ତି।
ଶିକ୍ଷକ ବନ୍ଧୁ ହସୁଥାନ୍ତି ।
ମୁଁ : ସେଇଟା କିନ୍ତୁ ଠିକ ନୁହଁ। ଜଣେ ପକୋଡା ବିକାଳୀ ଆମ ଦେଶର ନବେ ଭାଗ ଇଂଜିନିଅର ଠୁଁ ଭଲ।
ଇଂଜିନିଅର ବନ୍ଧୁ :(ରାଗରେ) କେମିତି ହୋ । ଆମେ କଣ ପାଠ ପଢୁନୁ ।
ଶିକ୍ଷକ ବନ୍ଧୁ : ଅବଶ୍ୟ ମନୋଜ ଭାଇ କହୁଛନ୍ତି ନବେ ଭାଗ । ଚାଲ ସମସ୍ତେ ନିକଟସ୍ଥ ପକୋଡା ସେଣ୍ଟର ।

ପକୋଡା ଦୋକାନରେ ପକୋଡା ଆଉ କିଛି ଖାଇ ସାରିଲା ପରେ ପଚାରିଲି ଭାଇ ଏଠି ତୁମ ରୋଜଗାର କେତେ ହେଉଛି?
ପକୋଡାଵାଲା : ହେଉଛି ଆଜ୍ଞା । ଏମିତି ଆଉ ।
ତାକୁ ଆଉ ଥରେ ଦୁଇ ଥର ପଚାରିଲା ପରେ : ଆଜ୍ଞା । ଦିନକୁ ପନ୍ଦର ଶହ -ଦୁଇ ହଜାର ପାଖା ପାଖି ।
ମୁଁ ଶିକ୍ଷକ ବନ୍ଧୁଙ୍କୁ ପଚାରୁଥାଏ : ଭାଇ ତୁମ ଦରମା କେତେ ???
ଇଂଜିନିଅର ବନ୍ଧୁ : ଭାଇ ୟେ ତ ମୋ ଠୁଁ ବି ବେଶି କମୋଉଛି ହୋ ।
***********
ବ୍ରହ୍ମପୁର ବସଷ୍ଟାଣ୍ଡ । ସକାଳ ପାଞ୍ଚଟା । ରାତି ବାକି ଥାଏ ।ସେ ଅନ୍ଧାର ଭିତରେ ଜଣେ ପଚାରିଦେଲେ ।
: ଭାଇନା । ୟେ ସୁରାଟକୁ ଟ୍ରେନ କେତେବେଳେ ଅଛି ହେ?
ମୁଁ :ଭାଇ ଜାଣିନି । ଷ୍ଟେସନ କୁ ଯାଇ ପଚାର ।
ସେ: ହଉ ଆଜ୍ଞା ।

ମୁଁ ଟିକେ କଥା ବଢାଇଲି। ପଚାରିଲି ତାଙ୍କ ଘର ଆଉ ଚାଷବାସ ବିଷୟରେ । ସେ କହୁଥାନ୍ତି ତାଙ୍କ ଗାଁ ର ଲୋକ ସବୁ ସେଠି ଅଛନ୍ତି । କିଛି ଅସୁବିଧା ହେବନି । କାମ ପାଇଁ ଯାଉଥାନ୍ତି ଯୁବକଜଣକ ।
ମୁଁ ପଚାରିଦେଲି : ଭାଇ ତୁମେ ଗାଁ ରେ ପକୋଡା ବିକୁନ ।

ତତ୍ କ୍ଷଣାତ ତାଙ୍କ ସାଙ୍ଗ କହିଲେ : କଣ ?? ପକୋଡା ବିକିବି ? ମୋ ମୁହଁ କୁ ଲାଜ ନାହିଁ ।
ପୂର୍ବ ବ୍ୟକ୍ତି ଜଣକ : ନାହିଁ ଆଜ୍ଞା ସେମିତି ନୁହଁ । ପକୋଡା ଦୋକାନ ପାଇଁ ଗ୍ୟାସ ଚୁଲି , ଠେଲା , ଆଉ ରୋଷେଇ ସରଞ୍ଜାମ ସବୁ ମିଶି ପାଖାପାଖି କୋଡିଏ ହଜାର ଦରକାର । ଆଉ ତାକୁ ଚଲେଇବା ପାଇଁ ବି ଆହୁରି କଷ୍ଟ । ସେସବୁ ମୋ ପକ୍ଷରେ ସମ୍ଭବ ନୁହେଁ ।

ମୁଁ: ଫେରିବ କେବେ ?
ସେମାନେ : ଜାଣିନୁ ଆଜ୍ଞା । ଫେରିବୁ କି ନାହିଁ ।
ଶେଷରେ ମୁଁ କିଛି ଉପଦେଶ ଦେଲି AIDS ଆଉ କିଛି ରୋଗ ବିଷୟରେ । ଆଉ ବାହାରି ଆସିଲି ।
*****
ଏହା କୌଣସି ରାଜନୈତିକ ପୋଷ୍ଟ ନୁହଁ । ଯଦିଓ ଏ କାହାଣୀଟି ସତ୍ୟ ଘଟଣା ଉପରେ ଆଧାରିତ ….ବାକ୍ୟବୀର ମୋଦିଙ୍କ ପକୋଡା ଟିପ୍ପଣୀରୁ।
କିନ୍ତୁ ଏତିକି କହିବି ପକୋଡା଼ବିକା କିଛି ଖରାପ କାମ ନୁହଁ ।
ଅନ୍ତତଃ ପକୋଡା ବିକ , ଦେଶକୁ ବିକନି ।

Leave a Reply

Manoj Kishore Nayak

Hitherto known as the "Tissue Paper Poet" and credited many a times with initiating the same genre of poetry I, contemplated of writing this blog where I could inter-alia, endeavour to write my random thoughts and publish that of others. The blog will contain subjects of myriad hues ranging from poetry & travelogues to sundry incidents. Being a 'bookaholic' I would like to tell you about the books I read and the authors I meet across the corners which will quench your thirst for literary entertainment and will impart a certain cachet to your intellectuality. Read More...
Close Menu