ନିଷ୍ଠୁର ହୃଦୟ - Tissue Paper

enter

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନବରଙ୍ଗପୁର। ସହକାରୀ ଶଲ୍ୟ ଚିକିତ୍ସକ ରୂପେ କାର୍ଯ୍ୟରତ ଥାଏ। ଦିନକର କଥା । ସମୟ ଦୁଇଟା ବାଜିଲାଣି । ସକାଳ ଆଠଟାରୁ ଆସିଛି ଯେ ଘରକୁ ଫେରିନି। ହାତରେ ଚିଠାଟିଏ । ଅର୍ଡର ମିଳିଛି ପୋଷ୍ଟ ମର୍ଟମ କରିବାକୁ। ଓ ପି ଡି ରୁମର ଝରକା ଆଡକୁ ଚାହିଁଲି। ବର୍ଷା ଛାଡିବାର ପ୍ରଶ୍ନ ଉଠୁନି । ନବରଙ୍ଗପୁରରେ ଜୁଲାଇ ମାସର ବର୍ଷା ନିର୍ଦ୍ଦୟ ମନେ ହୁଏ । ରାଗରେ ଚିଡିକି ବାହାରି ପଡ଼ିଲି।
‘ଆଉ ଅପେକ୍ଷା କରି ହେବନି । ଏ ବର୍ଷାର ଦୟା ମାୟା ବୋଲି କିଛି ନାହିଁ!’

watch ମନେ ମନେ ଗୁଣୁ ଗୁଣୁ ହୋଇ ବାହାରି ପଡ଼ିଲି ଶବ ଘର ଅଭିମୁଖେ । ଯେତେ ଦ୍ରୁତ ବେଗରେ ଚାଲିଲେ ବି ଶ୍ରାବଣର ବର୍ଷା ଭିଜେଇ ଦେଇଥିଲା ମୋତେ ।
ସେଠି ପହଂଚି ଦେଖିଲି ଜଣେ ଯୁବତୀ ଶବ ଘରର ଗେଟ ପାଖରେ ଛିଡା ହୋଇଥାନ୍ତି । ଗେଟରେ ଲୁହା କବାଟ ଲାଗିଥାଏ।ସେ କବାଟ ଫାଂକରୁ ଶବଟିକୁ ଦେଖିବାକୁ ଚେଷ୍ଟାକରୁଥାନ୍ତି ।ଆଉ କେତେ ଜଣ ଲୋକ ନିକଟସ୍ଥ ଗଛ ତଳେ ଛିଡା ହୋଇ ଅପେକ୍ଷା କରିଥାନ୍ତି ।
ଯୁବତୀ ଜଣକ ବର୍ଷା ରେ ଭିଜୁଥାନ୍ତି । ବୟସ କୋଡିଏ ପାଖା ପାଖି ହେବ । ମୋତେ ଦେଖିଲା ପରେ ବହୁ ଜୋରରେ କାନ୍ଦି ପକେଇଲେ । ଲୁହ ସବୁ ଲୁଚି ଯାଉଥିଲା ବର୍ଷାର ଛିଟାରେ ।ତଥାପି ଏ ବର୍ଷା କଣ ଲିଭେଇ ପାରିବ ତା’ ଛାତି ତଳେ କୁହୁଳୁଥିବା ନିଆଁ କୁ।

follow url ‘ଛୁରୀରେ କାଟିବେନି ବାବୁ ।’ ଯୁବତୀ ଜଣକ ବାରମ୍ବାର କହିଯାଉଥିଲେ । ଚନ୍ଦୁ ଗେଟ ଖୋଲିଦେଲା ଭିତର ପଟୁ । ମୁଁ ପ୍ରବେଶ କଲି ଶବ ଗୃହକୁ ।
ଚନ୍ଦୁ ଏ ଶବ ଘରର ରାଜା। ସେ ଏଠି ସର୍ବେ ସର୍ବା । ପ୍ରାୟତଃ ଏଠି ବୁଲୁଥାଏ । ଆଜି ସେ ସିଗାରେଟ ର ଧୂଆଁ ଉଡୋଉଛି। ଗେଟ ପାଖରେ ପାଟି କରି କହୁଥାଏ ।
‘ଏ ଗେଟ ପାଖକୁ କେହି ଆସିବନି । ନହେଲେ ମୁଁ ଶବକୁ କାଟିବିନି । ସନ୍ଧ୍ୟା ଯାଏଁ ଏମିତି ପଡିଥିବ ।’
ଚନ୍ଦୁର କଥାରେ ଯୁବତୀ ଜଣକ ଭୟଭୀତ ହୋଇ ଯାଉଥିଲେ। ବିବାହର ଅଳତା ନ ଲିଭୁଣୁ ସ୍ୱାମୀଙ୍କୁ ହରେଇଛି ସେ । ଯାହାଙ୍କୁ ପାଇବାକୁ କେତେ ଲଢ଼ି ନଥିଲା ସେ । ବାପା-ମା , ମଦୁଆ ବଡ଼ ଭାଇ, ସାହିପଡିଶା ,ବନ୍ଧୁବାନ୍ଧବ ସମସ୍ତଙ୍କ ସହ ଲଢେ଼ଇ କରି ସେ ଥକିଗଲା ପରେ ଶେଷରେ ତା’ ମନର ମଣିଷ ସହ ଫେରାର ହୋଇଯାଇଥିଲା କେଉଁ ଏକ ପାହାନ୍ତି ରାତିରେ। ଆଜି ତାକୁ ଏକଲା କରି ତା ପ୍ରିୟ ପୁରୁଷ ଫେରାର ଆର ପାରିକୁ। ଶୀଘ୍ର ପୋଷ୍ଟ ମର୍ଟମ ସରିଲେ ତାଙ୍କ ମୁହଁକୁ ଦେଖିବ ଶେଷ ଥର ପାଇଁ।
ତା’ କାହାଣୀ ଶୁଣୁ ଶୁଣୁ ଚନ୍ଦୁ କହିଉଠିଥିଲା ,’ମୁଁ ଏସବୁ ବୁଝେନି ।ଯେତେ ସମୟ ନେବା କଥା ମୁଁ ନେବି । ଭଲ କରି କାଟିଲେ ସିନା ଜଣା ପଡିବ ମୃତ୍ୟୁର କାରଣ କ’ଣ !’
ମୁଁ ମନେ ମନେ ଭାବୁଥିଲି କେଡେ ନିର୍ଦ୍ଦୟ ଏ ଚନ୍ଦୁ । ମଣିଷ ପଣିଆ -ଦରଦୀ ଭାବ ବୋଲି କିଛି ନାହିଁ । ଯୁବତୀ ଜଣଙ୍କୁ ବୁଝାଇବାର ବି ବେଳ ନଥାଏ । ମୃତ୍ୟୁର କାରଣ ଜାଣିଲେ କ’ଣ ତା’ ମନର ମଣିଷ ଫେରିଆସିବ ? ତଥାପି ନିୟମକୁ ମାନି ପୋଷ୍ଟ ମର୍ଟ ମ କରିବାକୁ ପଡିବ। ଜୋରରେ ଡାକ ପକାଇଲି ଚନ୍ଦୁକୁ।
ସିଗାରେଟ ଫୁଙ୍କି ଫୁଙ୍କି ଗେଟ ରେ ପ୍ରବେଶ କଲା । ଭିତରପଟୁ ଲୁହା କବାଟକୁ କିଳି ବନ୍ଦ କରିଦେଲା । ଗୁଣୁ ଗୁଣୁ ହୋଇ କହୁଥିଲା ,’ ସାର ! ଆଜି ମୋର ସିଗାରେଟକୁ ପ୍ରମୋଶନ ହୋଇଯାଇଛି । ବର୍ଷା ଦିନରେ ଡିମାଣ୍ଡ ଟିକେ ବଢ଼େଇ ଦେଇଛି।’

follow url ସତରେ କେଡେ ନିର୍ଦ୍ଦୟ ଚନ୍ଦୁ । ସିଗାରେଟ ଆଉ ମଦ ନ ମିଳିଲେ ଶବ ଘରକୁ ଆସେନି । ଯେତେ ଶୀଘ୍ର ପୋଷ୍ଟ ମର୍ଟମ ସରିବ ସେତେ ଭଲ ଲୋକଙ୍କ ପାଇଁ। ଆଉ ସେତେ ଦାମ ବି ବଢି ଯାଏ ଚନ୍ଦୁର ।ବର୍ଷା ପାଗଟା ତା’ ଦାମ କୁ ଦ୍ବିଗୁଣିତ କରି ଦେଇଥିଲା।
‘ଡାକ୍ତର ସାର କିଛି କରିବେନି । ମୁଁ ହିଁ ଶବକୁ କାଟିବି । ସେ କେବଳ ସିଗନେଚର କରିବେ । ମୁଁ ନ ଗଲେ ଶବ କଟା ବନ୍ଦ। ‘
ବାସ ଏତିକି କଥାରେ ସେ ସମସ୍ତଙ୍କଠୁଁ ପଇସାପତ୍ର ,ସିଗାରେଟ ଓ ମଦ ଆଦାୟ କରିନିଏ।

flirten als frau tipps ଶବ ଘର ଭିତରକୁ ଦୁହେଁ ପ୍ରବେଶ କଲୁ। ହାତରେ ଗ୍ଲୋଭସ ପିନ୍ଧୁ ପିନ୍ଧୁ ତା ଅଣ୍ଟା ରେ ଥିବା ମଦ ବୋତଲଟିଏ ବାହାର କରି ଢ଼ୋକ ଢ଼ୋକ ପିଇ ଗଲା।
‘ ନିଶା ନହେଲେ ଶବ କାଟିବା ଅସମ୍ଭବ। ଶବ ବି ତ ଗୋଟେ ମଣିଷ । ମଣିଷକୁ ଖିନ ଭିନ କରି କାଟିବା ପାଇଁ ସାହସ ଦରକାର । ମଦ ମୋତେ ସାହସ ଯୋଗାଏ।’

ତା କଥାରେ ସହମତ ନ ହୋଇ ରହିବା ଅର୍ଥାତ ପୋଷ୍ଟମର୍ଟମରେ ଡେରିକରିବା। ମୁଣ୍ଡ ହଲାଇ ହଁ ଭରିଦେଲି।
ଶବ ଦେହରୁ ପୋଷାକ ସବୁ ବାହାର କରି ଏପଟେ ସେପଟେ ଦେଖାଉଥିଲା ଦେହରେ ଥିବା ଖଣ୍ଡିଆ ଖାବରା ଚିହ୍ନ ସବୁ । ମୁଁ ଟିପୁ ଥିଲି ଖାତାରେ। ଛାତିରେ ଛୁରୀ ଭୂଷିଦେଲା ଏକା ଥରକେ । କଟ କଟ କରି ଛାତିର ପଂଜରାକୁ କାଟି ଦେଉଥାଏ।ଦୁଇ ହାତରେ ଟାଣି ବାହାର କରୁଥାଏ ଫୁସଫୁସକୁ। ହୃତପିଣ୍ଡ କାଟିଲା ବେଳେ ଗୀତ ଗାଉଥାଏ ,’ଦିଲ ଚିର କେ ଦେଖ। ତେରା ହି ନାମ ହୋଗା’

how to act when your ex starts dating someone else କେଡେ ନିର୍ଦ୍ଦୟ ଚନ୍ଦୁ। ମଝିରେ ମଝିରେ ହସୁଥାଏ ପୁରୁଣା ପୋଷ୍ଟ ମର୍ଟମ କଥା ସବୁ ମନେ ପକାଇ। ମଝି ମଝିରେ ନିଜକୁ ଶ୍ରେଷ୍ଠ ଶବ କଟାଳି ବୋଲି ବହାସ୍ଫୋଟ ମାରୁଥାଏ।
‘ସାର ବୁଝିଲେ … ଏ ଚାକିରୀରେ ବେଶୀ ଦରମା ନାହିଁ କି ପୁରସ୍କାର ବି ନାହିଁ ।ସରକାର ଆମ ଉପରେ ଦୟା କରୁନି ଆଉ ଆମେ ମରିଯାଇଥିବା ମଣିଷ ଉପରେ ଦୟା କରିବୁ କି?’

http://pialadunia.es/?espikoleto=servicio-de-citas-programadas-ministerio-de-relaciones-exteriores&a03=3e ‘ଚନ୍ଦୁ ଚୁପ କର। ଏ ସ୍କଲ କୁ ଫଟା। ‘ ମୁଁ ତାଗିଦ କଲି।

http://www.hamburg-zeigt-kunst.de/?biudet=binary-options-queen-software-review&16c=2f ଚନ୍ଦୁ କାମରେ ସତରେ ଧୁରନ୍ଧର। ମୁଣ୍ଡର ଚମକୁ ଉତାରି ଦେଲା ଏକା ଥରକେ। ହାତୁଡି ଆଣି କଚାଡି ଦେଲା ମୁଣ୍ଡ ଉପରେ । ହାଡ଼କୁ ହାତରେ ମୋଡି ଦେଖାଇ ଦେଲା ,’ସାର । ଦହିରେ ରକ୍ତ ଜମାଟ ବାନ୍ଧିଛି ।ସେବ୍ରା ହେରେଜ?’
ମୁଁ ଦେଖିବା ପୂର୍ବରୁ ତା ରିପୋର୍ଟ ଦେଇଦେଉଥାଏ। ମୁଁ ବି ସାବାସି ଦେଉଥାଏ।
‘ସେରେବ୍ରାଲ ହେମୋରେଜ କହନ୍ତି ଚନ୍ଦୁ। ତଥାପି ତୁ ଏତେ କଥା ଜାଣିଛୁ।’

i due tipi di trading ‘ମୁଁ ପିଲା ବେଳୁ ଆସୁଛି ସାର ଶବ ଘରକୁ ବାପା ସାଙ୍ଗରେ। ସେ ମରିଗଲା ପରେ କେବଳ ମୁଁ ହିଁ ଶବ କାଟେ ଏଇଠି। ଏସବୁ ଏକ୍ସପେରିଏନ୍ସ କହନ୍ତି ସାର।’ ଅତି ଖୁସିରେ କହିଯାଉଥାଏ ସେ । ପେଟରୁ ଅନ୍ତଃ ନଳୀ ସବୁ କାଟି ଦେଖାଉଥାଏ।

ମୁହଁରେ ଟିକିଏ ବି ଦୁଃଖ ନଥାଏ ।ଭେଣ୍ଡିଆ ପିଲାଟା ର ଶବ କୁ କାଟିଦେଲା ପରେ ବି।ଶେଷରେ ପୁଣି ଢୋକେ ମଦ ପିଇ ଦେଲା ପୋଷ୍ଟମର୍ଟମ ସରିଲା ପରେ ।
‘ଆଉ ଗୋଟେ ବୋତଲ ମାଗିବି ସାର!’
ମୁଁ ଭାବୁଥାଏ ଚନ୍ଦୁ ସତରେ କେତେ ନିର୍ଦ୍ଦୟ ପ୍ରାଣୀଟେ। ସେ ଗୀତ ଗାଉଥାଏ କିଛି ଓଡ଼ିଆ ଚଳଚ୍ଚିତ୍ରରୁ ।
***
କିଛି ଦିନପରେ ….
ମୁଁ ହସ୍ପିଟାଲ ସାମନା ଚା’ ଦୋକାନ ପାଖରେ ଚା ପିଉଥାଏ। ହଠାତ ଗୋଟିଏ ପଥର ଛାତରୁ ଆସି ପଡିଗଲା ମୁଣ୍ଡ ଉପରେ। ସାମ୍ନାରେ ଚନ୍ଦୁ ବି ଥାଏ ।ଫିକ କିନା ହସି ଦେଇ ଚାଲିଗଲା କୁଆଡେ। ନିର୍ଦ୍ଦୟ ଲୋକଠାରୁ କଣ ବା ଆଶା କରିଥାନ୍ତି।
ଚା’ ଦୋକାନରେ ଥିବା କିଛି ଲୋକ ‘ଆହାଃ ଆହାଃ’ କରି ଆଉଁଷୁ ଥାଆନ୍ତି ମୋତେ । ମୁଁ ବି ମୁଣ୍ଡରେ ହାତ ବୁଲେଇ ଆଣିଲି। ରକ୍ତ ଝରୁଥାଏ। ଜଣେ ସହୃଦୟ ବ୍ୟକ୍ତି ବାଇକ ଷ୍ଟାଟ କରି କହିଲେ,’ ସାର ଆସନ୍ତୁ। ହସ୍ପିଟାଲ ଯିବା। ଡ୍ରେସିଂ କରିଦେବେ। ‘
ମୁଁ ବାଇକ ରେ ବସିବାକୁ ଉଦ୍ୟତ ହୁଅନ୍ତେ ଦେଖିଲି ଚନ୍ଦୁ ଦଉଡି ଦଉଡି ଆସୁଥାଏ ମୋ ଆଡ଼କୁ । ହାତରେ ଧରିଥାଏ ଆଇଓଡିନ ମଲମ , କିଛି ତୁଳା ଆଉ ଆଖିରେ ଧରିଥାଏ କିଛି ଲୁହ।


Manoj Kishore Nayak

Hitherto known as the “Tissue Paper Poet” and credited many a times with initiating the same genre of poetry I, contemplated of writing this blog where I could inter-alia, endeavor to write my random thoughts and publish that of others. The blog will contain subjects of myriad hues ranging from poetry & travelogues to sundry incidents.

29 Comments

ଆଶୁତୋଷ ଚୌଧୁରୀ · April 20, 2018 at 8:27 pm

ବହୁତ ସୁନ୍ଦର ହୋଇଛି ସଂରଚନା। ଆହୁରି ପଢିବାକୁ ଇଚ୍ଛା ହେଉଥିଲା।

    Manoj Kishore Nayak · April 29, 2018 at 8:29 am

    ଧନ୍ୟବାଦ। ଏମିତି ଉତ୍ସାହ ଦେଉଥାନ୍ତୁ । ମୁଁ ଆଗକୁ ଲେଖିବି ନିଶ୍ଚୟ

Dr jajnadatta kat · April 20, 2018 at 10:09 pm

ବହୁତ ସୁନ୍ଦର ହୋଇଛି ଲେଖା।

    Manoj Kishore Nayak · April 29, 2018 at 8:29 am

    ଧନ୍ୟବାଦ ଯଜ୍ଞଦତ୍ତ । ଏମିତି ପ୍ରେମ ଥାଉ ମୋ ଲେଖା ପାଇଁ ।

Manas Ranjan Sahu · April 20, 2018 at 11:12 pm

Heart touching

    Manoj Kishore Nayak · April 29, 2018 at 8:30 am

    Thanks a lot

Ashok Kumar Gembali · April 20, 2018 at 11:58 pm

Even Chandu has a Heart

    Manoj Kishore Nayak · April 29, 2018 at 8:31 am

    Yeah…. Everyone has a heart. Just it needs a proper emotion to beat .

Manoj Kishore Nayak · April 21, 2018 at 2:19 am

Yeah…. People are not that cruel even if they show themselves like that .

seetam · April 21, 2018 at 7:12 am

such a heart full story writing,and making the odia story alive.

    Manoj Kishore Nayak · April 29, 2018 at 8:31 am

    Thank you dear

X · April 23, 2018 at 2:08 am

X

Jatin sa · April 23, 2018 at 2:08 am

ନିଷ୍ଠୁର ହୃଦୟ ବୋଲି କେହି ନାହିଁ। ସମସ୍ତଙ୍କର ହୃଦୟ ଅଛି । ଧନ୍ୟବାଦ ଗପ ପାଇଁ

Anindita Pani · April 23, 2018 at 2:17 am

ଗପ ପଢ଼ି ମୋ ନିଦ ଉଡ଼ିଗଲା। ସତରେ ଅତି ସୁନ୍ଦର ହୋଇଛି

Nilesh Panigrahi · April 23, 2018 at 2:18 am

The story is very nice . Good Luck

Hrushikesh Majhi · April 23, 2018 at 2:18 am

You are fantastic dear Dr writer . Keep writing

Dash babu · April 23, 2018 at 2:18 am

ଗପଟି ଉଚ୍ଚ କୋଟିର । ଧନ୍ୟବାଦ

Santoshini mishra · April 23, 2018 at 2:19 am

ଆପଣ ସତରେ ଓଡ଼ିଆ ସାହିତ୍ୟର ଜଣେ ଉଦୀୟମାନ ତାରକା। ଆପଣଙ୍କ ଗପ ମୋ ପାଇଁ ଏକ ପ୍ରେରଣା ଆଣିଦିଏ । ଓଡ଼ିଆ ସାହିତ୍ୟ ଏବେ ମଧ୍ୟ ତାର ଗୌରବମୟ ଦିନ ଅତିବାହିତ କରୁଛି। ଲେଖି ଚାଲନ୍ତୁ। ଏତିକି କାମନା

Jyoti mahalik · April 23, 2018 at 2:19 am

It’s a great article by you sir . Really got goosebumps while reading.

mamali nayak · April 23, 2018 at 11:38 am

Thanks for such a story . It’s really very sad and real . Please post more for us .

saroj kumar sahoo · April 23, 2018 at 11:39 am

Waoooo…… I am still in a dream or what .
The story won my heart .
Wishes to the writer .

kavita · April 23, 2018 at 11:39 am

The article is winning my heart . This is the best of I have read till date .

X · April 23, 2018 at 12:32 pm

H

    Mitu patnaik · May 13, 2018 at 7:39 am

    Maa gote sabdda kimba sambodhana nuhen,nirola anubhaba tiye .antaheena byaptitiye.keep it up.

      Manoj Kishore Nayak · May 13, 2018 at 8:41 am

      Thanks a lot mam. Keep inspiring !!

ଅମରେନ୍ଦ୍ର ସାହୁ · May 2, 2018 at 11:57 am

ସତରେ ଖୁବ ଉଚ୍ଚ କୋଟିର ଲେଖା .ମୋ ନିଷ୍ଠୁର ହୃଦୟ ରୁ ବି ଲୁହ ଆସିଗଲା .

    Manoj Kishore Nayak · May 2, 2018 at 4:02 pm

    ଆପଣଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ମାନବୀୟ ମୁଲ୍ୟବୋଧରେ ତରଳି ଥିବାରୁ । ଆପଣଙ୍କ ପରି ପାଠକ ପାଇ ମୁଁ ଗର୍ବିତ

Manas Ranjan dash · May 2, 2018 at 2:20 pm

I wanted a little bit long story buddy…. Beautiful story from experience

    Manoj Kishore Nayak · May 2, 2018 at 4:03 pm

    I will not disappoint you bro . I will rewrite this story someday again with more words and more emotions .
    Next stories will be little longer in this #Hospital series

Leave a Reply