ଚନ୍ଦ୍ରମୁଖୀ

ଆକାଶରେ ଆଜି ଜହ୍ନ ନାହିଁ ।
ଦୁଃଖ ସବୁ ଉତୁରି ଆସେ ଉପରକୁ ଚାହିଁ ଦେଲେ
ମୋ ମନର ଝରକା ଦେଇ ପଶିଆସେ ଦଲକାଏ ପବନ ।

ରଜନୀଗନ୍ଧା ବି ଆଜି ଅନ୍ଧାରରେ ବାଟବଣା ।
ତା ବାସ୍ନାରେ ଈର୍ଷ୍ୟା ର ଜ୍ବଳନ ।
କାହା ପାଇଁ ଏ ପ୍ରକୃତି ସୁନ୍ଦରୀ ଙ୍କ ତାଣ୍ଡବ ।

ଏଇ ବୋଧେ ତୁମ ପାଇଁ,
ଚନ୍ଦ୍ରମୁଖୀ !
ତୋଫା ତୋଫା ମୁହଁରେ ଚମ୍ପକର ପ୍ରଲେପ
ଆଖି କଥା କହୁଛି କଜ୍ଜଳପାତିର ସୁରରେ ।
ଏ ଚିକି ଚିକି ଆଖି ସତରେ
ଆକାଶର କୁଆଁ ତାରା ଦୁଇଟି
ସତ କହିଲ
କିଏ ତୋଳି ଆଣି ଖଞ୍ଜି ଦେଇଛି ତୁମ ସ୍ବର୍ଣ୍ଣିମ ମୂର୍ତ୍ତିରେ ।
ତୁମ ଓଠରେ ରକ୍ତ ଗୋଲାପର ରଙ୍ଗ ଛିଟା
ହସିଲେ ଫୁଟି ଉଠେ ସଦ୍ୟ ସିକ୍ତ କଢିଟିଏ ।

ହଉ ମୁଁ ଝରକା ବନ୍ଦ କରିଦିଏ
ତୁମ କେଶରେ ଘୋଟି ଆସିଲାଣି କଳା ହାଣ୍ଡିଆ ମେଘ ।
ବର୍ଷା ଛିଟା ପଡିଗଲେ ଜର ତ ହେବା ନିଶ୍ଚୟ ।
ଶୋଇ ପଡେ କମ୍ବଳ ତଳେ
ମୋ ସ୍ବପ୍ନମାନଙ୍କ ସାଥିରେ।

ଆକାଶରେ ଆଜି ଜହ୍ନ ନାହିଁ ।
ନ ଥାଉ
ମୋ ମନର ଆକାଶରେ ତୁମେ ଥାଅ, ଗୋ ଚନ୍ଦ୍ରମୁଖୀ !

Leave a Reply

Manoj Kishore Nayak

Hitherto known as the "Tissue Paper Poet" and credited many a times with initiating the same genre of poetry I, contemplated of writing this blog where I could inter-alia, endeavour to write my random thoughts and publish that of others. The blog will contain subjects of myriad hues ranging from poetry & travelogues to sundry incidents. Being a 'bookaholic' I would like to tell you about the books I read and the authors I meet across the corners which will quench your thirst for literary entertainment and will impart a certain cachet to your intellectuality. Read More...
Close Menu